Back to Odia Language Pack Odia Language Pack
Meditation and Mindfulness Loading Icon - Person Seated in Lotus Pose
Thumbnail Image of ଶ୍ରୀ ଈଶୋପନିଷଦ୍

ଶ୍ରୀ ଈଶୋପନିଷଦ୍ (Sri Isopanishad)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

୧୦୮ ଉପନିଷଦ ଗୁଡ଼ିକୁ ସମସ୍ତ ବେଦର ସାର ବୋଲି ବୁଝାଯାଏ ଏବଂ ଶ୍ରୀ ଈଶୋପନିଷଦ ତନ୍ମଧରୁ ପ୍ରଧାନ ଅଟେ। ଏହି ୧୮ଟି ପ୍ରକାଶଦାୟକ ଶ୍ଳୋକରୁ ସମସ୍ତ ଜ୍ଞାନର ଅର୍ଥ ପ୍ରାପ୍ତ କରାଯାଇପାରେ। ହଜାର ହଜାର ବର୍ଷଧରି ଆଧାସିକ ଗବେଷଣାର ସାଧକମାନେ ଏହି ଗୁଣ ତଥା ଉଚ୍ଚ ତତ୍ତ୍ୱଜ୍ଞାନଯୁକ୍ତ ଏହି ଉପନିଷଦ ଗୁଡ଼ିକର ସନ୍ଦର୍ଭ ଗ୍ରହଣ କରିଛନ୍ତି। ଯେପରି ଏହି ନାମହିଁ ସୂଚିତ କରେ—‘ଉପ’ ଅର୍ଥାତ୍ ନିକଟ ‘ନି’ ଅର୍ଥାତ୍ ନିମ୍ନ ଏବଂ ‘ଷଦ୍ ' ଅର୍ଥାତ୍ ବସିବା—ଏଥିରେ ମନୁଷ୍ୟକୁ ଶିକ୍ଷା ଗ୍ରହଣ କରିବାକୁ ଆଧ୍ୟାତ୍ମିକ ଗୁରୁଙ୍କ ଶରଣାପନ୍ନ ହେବାପାଇଁ ପରାମର୍ଶ ଦିଆଯାଏ। କେଉଁ ଶିକ୍ଷା ଗ୍ରହଣ କରିବା ପାଇଁ ? ଏହି ଉପନିଷଦ୍‍ର ନାମ ହିଁ ସୂଚିତ କରାଏ—‘ଇଶ’ ଅର୍ଥାତ୍ ପରମ ନିୟନ୍ତା। ଚାଲ ଆମ୍ଭେ ଆଧ୍ୟାତ୍ମିକ ଗୁରୁଙ୍କ ନିକଟରେ ବସିବା ଏବଂ ପରମ ନିୟନ୍ତା ଅର୍ଥାତ୍ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ କରିବା। ଏହି ବିଧି ସରଳ ଅଟେ, ଯଦି ମନୁଷ୍ୟ ପ୍ରାମାଣିକ ଗୁରୁଙ୍କ ଠାରୁ ଶିକ୍ଷା ପ୍ରାପ୍ତ କରେ। ଶ୍ରୀଳ ପ୍ରଭୁପାଦଙ୍କର ଭାଷାନ୍ତର ତଥା ଭାଷ୍ୟ ଏହି ଗ୍ରନ୍ଥର ବାସ୍ତବିକ ଉଦ୍ଦେଶ୍ୟକୁ ପ୍ରାମାଣିକ ରୂପରେ ପ୍ରସ୍ତୁତ କରେ ଏବଂ ଆପଣଙ୍କୁ ଉପନିଷଦ ଗୁଡ଼ିକର ଗହନତାର ପ୍ରକୃତ ଜ୍ଞାନ ପ୍ରାପ୍ତ କରାଏ।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.