ଆତ୍ମ ବିଜ୍ଞାନ (Aatma Bigyana)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଏହି ପୁସ୍ତକରେ ତୁମେ ଅନନ୍ତ ବିଜ୍ଞାନ ଆବିଷ୍କାର କରିପାରିବ, ଯାହାକି ମହାନ୍ ଆଚାର୍ଯ୍ୟଗଣ କଳ୍ପକଳ୍ପାନ୍ତର ଧରି କହିଯାଇଛନ୍ତି। ଏହି ‘ଆତ୍ମ ବିଜ୍ଞାନ’ ପୁସ୍ତକ, ଅନ୍ତରାତ୍ମାର ଗୁପ୍ତ ବିଜ୍ଞାନ, ଭୂତପ୍ରକୃତିର, ବଶ୍ୱବ୍ରହ୍ମାଣ୍ଡର ଏବଂ ଅନ୍ତଃର୍ବହି ବିଦ୍ୟମାନ ଥିବା ପରମାତ୍ମାଙ୍କ ସମ୍ୱନ୍ଧୀୟ ବିଜ୍ଞାନ ଉଦ୍ଘାଟନ କରେ। ଏଠାରେ ଆତ୍ମ ବିଜ୍ଞାନ ବିଶ୍ୱବିଖ୍ୟାତ ଶିକ୍ଷକ ଆଧୁନିକ ଯୁଗରେ କିପରି ଧ୍ୟାନ ଓ ଯୋଗାଭ୍ୟାସ କରିବାକୁ ହେବ, କିପରି କର୍ମ ବନ୍ଧନରୁ ମୁକ୍ତି ମିଳିବ, କିପରି ଉଚ୍ଚଚେତନା ଲାଭ କରିବାକୁ ହେବ ଏବଂ ଏହାଠାରୁ ଅଧିକ ଉନ୍ନତି କିପରି ଲାଭ କରିବାକୁ ହେବ ସେ ସମ୍ୱନ୍ଧରେ କହୁଛନ୍ତି । ଏହି ସ୍ୱତନ୍ତ୍ର ପୁସ୍ତକରେ ସବୁ ସାକ୍ଷାତ୍କାରରେ, ସବୁ ଭାଷଣ, ପ୍ରବ ଏବଂ ପତ୍ରାଳାପ ଇତ୍ୟାଦିର ଯାହା ସ୍ଥାନ ପାଇଛି, ସେଥିରେ ଶ୍ରୀ ଶ୍ରୀମଦ୍ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଅତି ଆଶ୍ଚର୍ଯ୍ୟଜନକ ଭାବରେ, ଗୁରୁଗମ୍ଭୀର ସ୍ୱରରେ ଓ ସୁସ୍ପଷ୍ଟଭାବେ ଶକ୍ତିଶାଳୀ ଉକ୍ତିମାନ ବାଢିଛନ୍ତି। ଆତ୍ମ ବିଜ୍ଞାନ ଆଜିର ଦୁନିଆରେ ଓ ବ୍ୟକ୍ତିଗତ ଜୀବନରେ କିପରି ଏକାନ୍ତ ଆବଶ୍ୟକ ତାହା ସେ ପ୍ରମାଣ କରିଛନ୍ତି।
Sample Audio
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.